ଭୁବନେଶ୍ୱର ଡିସିପି ପଦରୁ ଇସ୍ତଫା ଦେଲେ ଜଗମୋହନ ମୀନା, ବ୍ୟକ୍ତିଗତ କାରଣ ଦର୍ଶାଇଲେ


ଭୁବନେଶ୍ୱର ଡିସିପି ପଦରୁ ଇସ୍ତଫା ଦେଲେ ଜଗମୋହନ ମୀନା

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଖବର। ଓଡ଼ିଶା ପୋଲିସ ପ୍ରଶାସନରେ ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜାରି।

 ଭୁବନେଶ୍ୱର, ୫ ଜୁଲାଇ: ଓଡ଼ିଶା ପୋଲିସ ପ୍ରଶାସନରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱରର ଡେପୁଟି Bhubaneswar Dcp କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନା ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସରକାରଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି।

ଅଧିକ ଖବର ପଢନ୍ତୁ :👉ପାକିସ୍ତାନ ଟେଷ୍ଟ ଦଳର ନେତୃତ୍ୱ ପୁଣି ବାବର ଆଜମଙ୍କ ହାତରେ, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷଣା:

ସୂଚନା ଅନୁସାରେ, ପ୍ରାୟ ୨୫ ଦିନ ପୂର୍ବରୁ ସେ ନିଜର ଇସ୍ତଫା (DCP Resignation)ପତ୍ର ଦାଖଲ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଏହାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି। ଇସ୍ତଫା ଅନୁମୋଦନ ପରେ ସେ ଏକ ପ୍ରମୁଖ ଘରୋଇ ସଂସ୍ଥାରେ ଉଚ୍ଚ ପଦବୀରେ ଯୋଗଦେଇପାରନ୍ତି ବୋଲି ଆଲୋଚନା ଚାଲିଛି।

ଅଧିକ ଖବର ପଢନ୍ତୁ :👉 ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା; ଆଉ ୨୪ ଘଣ୍ଟା ସତର୍କତା, ୬ ତାରିଖରୁ କମିପାରେ ପ୍ରକୋପ:

୨୦୧୩ ବ୍ୟାଚର ଆଇପିଏସ୍ ଅଧିକାରୀ ଜଗମୋହନ ମୀନା Jagmohan meena ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ପାଳନ କରିଛନ୍ତି। ଗଞ୍ଜାମ ଓ ଅନୁଗୁଳର ଏସ୍‌ପି ଭାବେ ସେବା ଦେବା ପରେ ସେ କଟକ ଡିସିପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ୨୦୨୫ ମସିହାରେ ଭୁବନେଶ୍ୱର ଡିସିପି Bhubaneswar DCP ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଅଧିକ ଖବର ପଢନ୍ତୁ 👉 DA Hike 2026: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩% ମହଙ୍ଗା ଭତ୍ତା ବୃଦ୍ଧି ମିଳିପାରେ:

ତାଙ୍କ ହଠାତ୍ ଇସ୍ତଫା ପୋଲିସ ମହଲ ଓ ପ୍ରଶାସନିକ ବର୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସରକାର କେବେ ଇସ୍ତଫା ଗ୍ରହଣ କରିବେ ଏବଂ ତାଙ୍କ ସ୍ଥାନରେ କାହାକୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।Breaking News, Bbn Headlines 

Post a Comment

Please do not enter any spam link in the comment box

Previous Post Next Post