୧୫ ବର୍ଷରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ଟିମ୍ ଇଣ୍ଡିଆ ପାଇଁ ସର୍ବକନିଷ୍ଠ ଡେବ୍ୟୁ


୧୫ ବର୍ଷରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ଟିମ୍ ଇଣ୍ଡିଆ ପାଇଁ ସର୍ବକନିଷ୍ଠ ଖେଳାଳି ଭାବେ କଲେ ଡେବ୍ୟୁଟିମ୍ ଇଣ୍ଡିଆ ପାଇଁ ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରିଥିବା ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଯୁବ ପ୍ରତିଭା ବୈଭବ (Vaibhav Suryavanshi) ସୂର୍ଯ୍ୟବଂଶୀ। ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଟିମ୍ ଇଣ୍ଡିଆTeam India ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ Debut କରି ସେ ଭାରତୀୟ କ୍ରିକେଟ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି।

ଡେବ୍ୟୁ ଅବସରରେ ଟିମ୍ ଇଣ୍ଡିଆର ଉପଅଧିନାୟକ ତିଲକ ବର୍ମା ତାଙ୍କୁ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ। ଏହି ସଫଳତା ସହ ବୈଭବ ଭାରତର ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛନ୍ତି। ସଚିନ ୧୬ ବର୍ଷ ୨୦୫ ଦିନ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ।

ବୈଭବଙ୍କ ନୂଆ କୀର୍ତ୍ତି

ଏତେ କମ୍ ବୟସରେ Youngest Indian Cricketer,ଭାରତୀୟ ଦଳରେ ସ୍ଥାନ ପାଇବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ବୈଭବଙ୍କ ପ୍ରତିଭା ଓ ପରିଶ୍ରମର ପ୍ରମାଣ। ତାଙ୍କ ଡେବ୍ୟୁକୁ ନେଇ କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।

ବିଶ୍ୱ ରେକର୍ଡ ଏବେ ବି ଅକ୍ଷୁଣ୍ଣ

ଭାରତ ପାଇଁ ସର୍ବକନିଷ୍ଠ ଡେବ୍ୟୁର ରେକର୍ଡ ବୈଭବଙ୍କ ନାମରେ ଯାଇଥିଲେ ମଧ୍ୟ, ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ଡେବ୍ୟୁର ବିଶ୍ୱ ରେକର୍ଡ ଏବେ ବି ପାକିସ୍ତାନର ପୂର୍ବତନ କ୍ରିକେଟର ହାସନ ରଜାଙ୍କ ନାମରେ ରହିଛି। ସେ ୧୪ ବର୍ଷ ୨୨୭ ଦିନ ବୟସରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ।

ବୈଭବଙ୍କ ଏହି ସଫଳତା ଭାରତୀୟ କ୍ରିକେଟ ପାଇଁ ଏକ ଆଶାଜନକ ସଙ୍କେତ। ଆଗାମୀ ଦିନରେ ସେ ଦଳ ପାଇଁ ଅଧିକ ସଫଳତା ଆଣିବେ ବୋଲି କ୍ରିକେଟ ପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।

Post a Comment

Please do not enter any spam link in the comment box

Previous Post Next Post