ନୂଆଦିଲ୍ଲୀ: ଫୋନ୍କୁ ଚାର୍ଜର ଲଗାଇ କଥା ହେବା ଅନେକ ଲୋକଙ୍କ ଏକ ଖରାପ ଅଭ୍ୟାସ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ବିଶ୍ବର ଅଗ୍ରଣୀ ଫୋନ୍ ନିର୍ମାତା ଆପଲ୍ ସତର୍କ କରାଇଛି।
ଚାର୍ଜ ହେଉଥିବା ଫୋନ୍ ପାଖରେ ଶୋଇବାକୁ ଆପଲ୍ ପକ୍ଷରୁ ଲୋକମାନଙ୍କୁ ବାରଣ କରାଯାଇଛି।
ଫୋନ୍କୁ ଚାର୍ଜରେ ଲଗାଇ ପାଖରେ ରଖି ଶୋଇପଡ଼ୁଥିବା ଲୋକମାନଙ୍କୁ ସଚେତନ କରିବା ଲାଗି କଂପାନି ଏହା କହିଛନ୍ତି।
ଟେବୁଲ୍ ଭଳି ଜିନିଷ ଉପରେ ଫୋନ୍କୁ ରଖି ଭଲ ଭାବେ ବାୟୁ ଚଳାଚଳ କରୁଥିବା ସ୍ଥାନରେ ତାହାକୁ ଚାର୍ଜ କରିବାକୁ କଂପାନି ପରାମର୍ଶ ଦେଇଛି।
ବିଶେଷ କରି ଶରୀର ଉପରେ ରଖି, କମ୍ବଳ କିମ୍ବା ତକିଆ ଉପରେ ଫୋନ୍କୁ ରଖି ଚାର୍ଜ ନକରିବାକୁ କଂପାନି କହିଛି।
