ବକୁ: ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଓ ବିଶ୍ବ ୧ ନମ୍ବର ନରୱେ ଗ୍ରାଣ୍ଡମାଷ୍ଟର ମାଗ୍ନସ୍ କାର୍ଲସେନ୍ଙ୍କ ମଧ୍ୟରେ ଫିଡେ ବିଶ୍ବକପ୍ ଫାଇନାଲ୍ର ଦ୍ବିତୀୟ ଗେମ୍ ମଧ୍ୟ ଅମୀମାଂସିତ ରହିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଗେମ୍ ମଧ୍ୟ ଅମୀମାଂସିତ ରହିଥିଲା। ଏହାଫଳରେ ମ୍ୟାଚ୍ ଏବେ ଟାଇବ୍ରେକରକୁ ଚାଲିଯାଇଛି। ଗୁରୁବାର ଟାଇବ୍ରେକର ମ୍ୟାଚ୍ ଖେଳାଯିବ। ବୁଧବାର ମ୍ୟାଚ୍ରେ ୩୦ତମ ମୁଭ୍ ପରେ ଉଭୟ ଖେଳାଳି ଅମୀମାଂସିତ ପାଇଁ ସହମତି ଦେଇଥିଲେ।
Tags
ଖେଳ ଖବର
