ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନଷ୍ଟାଗ୍ରାମରେ ରାତାରାତି ବଢ଼ିଲା ୧୦ ଲକ୍ଷ ଫଲୋଅର୍, ୧୦୨ ମିଲିୟନ୍ ଅତିକ୍ରମ |
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦୀଙ୍କ (Narendra Modi) ସୋସିଆଲ୍ ମିଡିଆ ଲୋକପ୍ରିୟତାରେ ଆଉ ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି ହୋଇଛି। ଗତ ରାତିରେ ସେ ଏକ ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟ ୧୦ ଲକ୍ଷ (୧ ମିଲିୟନ୍) ନୂତନ ଫଲୋଅର୍ ଯୋଡ଼ାଯାଇଥିବା ଦେଖାଯାଇଛି। ଏହା ସହ ତାଙ୍କର ମୋଟ ଫଲୋଅର୍ ସଂଖ୍ୟା ୧୦୨ ମିଲିୟନ୍ (୧୦.୨ କୋଟି) ଅତିକ୍ରମ କରିଛି।
ସୋସିଆଲ୍ ମିଡିଆରେ ଏହି ବୃଦ୍ଧିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲକ୍ଷାଧିକ ବ୍ୟବହାରକାରୀ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟକୁ ଲାଇକ୍, କମେଣ୍ଟ ଓ ସେୟାର କରୁଛନ୍ତି। ଅନେକେ ଏହାକୁ ତାଙ୍କର ଡିଜିଟାଲ୍ ପ୍ରଭାବ ଓ ଜନସମର୍ଥନର ପ୍ରତିଫଳନ ବୋଲି ମତ ଦେଉଛନ୍ତି।
ତେବେ, ରାତାରାତି ୧୦ ଲକ୍ଷ ଫଲୋଅ(Instagram Followers)ର୍ବୃଦ୍ଧି ସମ୍ପର୍କିତ ଦାବି ସୋସିଆଲ୍ ମିଡିଆରେ ପ୍ରଚାରିତ ସ୍କ୍ରିନ୍ଶଟ୍ ଓ ଫଲୋଅର୍ ସଂଖ୍ୟାର ପରିବର୍ତ୍ତନ ଉପରେ ଆଧାରିତ। ଏହା ସମ୍ପର୍କରେ ଇନଷ୍ଟାଗ୍ରାମ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି ହୋଇନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ (Narendra Modi)ବିଶ୍ୱର ସବୁଠାରୁ ଅଧିକ ଫଲୋ କରାଯାଉଥିବା ରାଜନୈତିକ ନେତାମାନଙ୍କ ମଧ୍ୟରୁ ଜଣେ। ସେ ନିୟମିତ ଭାବେ ନିଜର ସରକାରୀ କାର୍ଯ୍ୟକ୍ରମ, ଦେଶବାସୀଙ୍କ ପାଇଁ ସନ୍ଦେଶ, ଏବଂ ବିଭିନ୍ନ ଜାତୀୟ ଘଟଣା ସମ୍ପର୍କିତ ଭିଡିଓ ଓ ଫଟୋ ସେୟାର କରିଥାନ୍ତି।
