ଅଜି ବିଶ୍ବ ମୃତ୍ତିକା ଦିବସ ପାଳନ କଲେ ମୃତ୍ତିକା ସଂରକ୍ଷଣ ବିଭାଗ ଆଉ ଜିଲ୍ଲା କୃଷି ବିଭାଗ

 




କୋରାପୁଟ ୦୫/୧୨ : ମାଟିର ଯତ୍ନ ଓ ସୁରକ୍ଷା କରି ଉତ୍ପାଦନ ବୃଦ୍ଧି କରିବାକୁ ହେବ। ମାଟିକୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଜୈବିକ ଉପାୟ ଅବଲମ୍ବନ କରି ଗୋବର କମ୍ପୋଷ୍ଟ ସଠିକ ପ୍ରୟୋଗ କରିବା ଉଚିତ। 
ଅନୁମୋଦିତ ରାସାୟନିକ ସାର ପ୍ରୟୋଗ ପାଇଁ ଅତି ଯତ୍ନବାନ ହେବାକୁ କୃଷି ବିଶେଷଜ୍ଞ ମାନେ ଗୁରୁତ୍ବାରୋପ କରିଛନ୍ତି। ମୃତ୍ତିକା ବିନା ଜୀବନ ବଂଚିବା କଷ୍ଟକର। ମନୁଷ୍ୟ ବ୍ୟବହାର ପାଇଁ ଖାଦ୍ୟ ସୁରକ୍ଷା, ଇକୋସିଷ୍ଟମ ପାଇଁ ମୃତ୍ତିକାର ଗୁରୁତ୍ବପୂର୍ଣ ଅବଦାନ ରହିଛି । 

ଏଥିପାଇଁ ମୃତ୍ତିକା ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଉଛି। ଦକ୍ଷତା ବୃଦ୍ଧି ବିକାଶ କେନ୍ଦ୍ର ଠାରେ ଆୟୋଜିତ ବିଶ୍ବ ମୃତ୍ତିକା ଦିବସ ପାଳନ ବୈଠକରେ ମୃତ୍ତିକା ବିଶେଷଜ୍ଞ ମାନେ ଯୋଗଦେଇ ଗୁରୁତ୍ବପୂର୍ଣ୍ଣ ମତ ରଖିଥିଲେ। 
ଅଧିକ ରୋଜଗାର ଆଶାରେ ଉତ୍ପାଦନ ବଢାଇବା ଲାଗି ଅତ୍ୟଧିକ ରସାୟନିକ ସାର ବ୍ୟବହାର ନକରି ମୃତ୍ତିକାରେ ଗୁଣାତ୍ମକ ମାନ ବଢାଇବାକୁ ହେବ।

 ଏଣୁ ମାଟିର ଯତ୍ନ କିପରି କରାଯାଇପାରିବ ସେ ସମ୍ପର୍କରେ ବିଶେଷଜ୍ଞ ମାନେ ଚାଷୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମୃତ୍ତିକାରେ ଗୁଣବତ୍ତା ବୃଦ୍ଧିକରିବା ଜରୁରୀ ଆବଶ୍ୟକତା ରହିଛି ।

 ମୃତ୍ତିକାରୁ ଖାଦ୍ୟ ପାନୀୟ ପାଇ ଆମେ ବଞ୍ଚୁ। ମାଟିରୁ ଆମକୁ ୯୫ ପ୍ରତିଶତ ଖାଦ୍ୟ ମିଳେ। ମାଟି ରହିଲେ ହିଁ ଇକୋଷିଷ୍ଟମରେ ସମନ୍ବୟ ସମ୍ଭବ। 
ମୃତ୍ତିକା ସଂରକ୍ଷଣ ହୋଇପାରିଲେ ଆମେ ସୁସ୍ଥ ରହିବା ବୋଲି ବିଶେଷଜ୍ଞ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ୧୪ଟି ବ୍ଳକର ଚାଷୀଙ୍କ ସହ ମୃତ୍ତିକା ସଂରକ୍ଷଣ କର୍ମୀ, କୃଷି ବିଭାଗ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଯୋଗଦେଇଥିଲେ ।

Post a Comment

New comments are not allowed.*

Previous Post Next Post